om academy

କୂଅ ଖୋଳିବା ବେଳେ ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ

jsm

ବ୍ରହ୍ମପୁର : କୂଅ ଖୋଳୁଥିବା ବେଳେ ମାଟି ଅତଡା ଖସିଯିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବ୍ରହ୍ମପୁର ସହର ଶ୍ରୀରାମନଗର ମଶାଣି ସାହି ପାର୍କ ନିକଟରେ ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଛି । ମୃତ ଯୁବକ ଜଣକ ହେଲେ ସଦର ଥାନା ଅନ୍ତର୍ଗତ ଜଗଦଳପୁରର ସନ୍ତୋଷ ସେଠୀ(୩୬) । ସୂଚନା ଅ‌ନୁସାରେ, ମଶାଣି ସାହି ପାର୍କ ନିକଟରେ ଥିବା ପିଙ୍କୁ ସାବତଙ୍କ ଘର ବାରିପଟେ ଏକ କୂଅ ଖୋଳାଯାଉଥିଲା । ସେହି କୂଅ ଖୋଳିବା କାର୍ଯ୍ୟରେ ସନ୍ତୋଷଙ୍କ ସହ ଅନ୍ୟ ଶ୍ରମିକମାନେ ନିୟୋଜିତ ହୋଇଥିଲେ । ଅପରାହ୍ନ ସାଢେ ୧ଟା ବେଳେ ସନ୍ତୋଷ ଗଭୀର ଗାତ ଭିତରେ ପଶି ମାଟି ଓ ପାଣି ବାହାର କରୁଥିବା ବେଳେ ହଠାତ ଏକ ବଡ ମାଟି ଅତଡା ତାଙ୍କ ଉପରେ ପଡି ଯାଇଥିଲା । କିଛି ସମୟ ଧରି ସନ୍ତୋଷ ସେହି କୂଅ ଭିତରେ ରହିଯାଇଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ ବଡ ଡାକ୍ତରଖାନା ପଠାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ମୃତ ସନ୍ତୋଷଙ୍କ ବଡ଼ଭାଇ ବଡବଜାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସନ୍ତୋଷଙ୍କ ଘର ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁର ଗ୍ରାମରେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.