ନନ୍ଦନକାନନର ଧଳା ବାଘୁଣୀ ବିଜୟାର ମୃତ୍ୟୁ

ବାରଙ୍ଗ : ନନ୍ଦନକାନନର ଧଳା ବାଘୁଣୀ ବିଜୟାର ମୃତ୍ୟୁ ହୋଇଥିବା ଜଣାପଡିଛି । ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ଆଖି ବୁଜିଛି । ଅସୁସ୍ଥ ଥିବା ଯୋଗୁଁ ନନ୍ଦନକାନନ ଏବଂ ଓୟୁଏଟିର ସ୍ୱତନ୍ତ୍ର ୪ ଜଣିଆ ଡାକ୍ତରୀ ଦଳ ତା’ର ଚିକିତ୍ସା କରୁଥିଲେ । ହେଲେ ତା’ର ଜୀବନ ବଞ୍ଚାଇବାରେ ସେମାନେ ବିଫଳ ହୋଇଛନ୍ତି । କେଉଁ କାରଣ ଯୋଗୁଁ ବାଘୁଣୀର ମୃତ୍ୟୁ ହୋଇଛି ତାହା ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ନନ୍ଦନକାନନର କର୍ତ୍ତୃପକ୍ଷ କହିଛନ୍ତି ।

Leave A Reply

Your email address will not be published.