ଜଙ୍ଗଲରେ ହାତୀ ଛୁଆର ମୃତ୍ୟୁ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ନାରାୟଣପୁର ଫରେଷ୍ଟ ବିଟ୍ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାପଡିଛି । ମେଣ୍ଡା ନିକଟସ୍ଥ ବାରପାହାଡ ସଂରକ୍ଷିତ ଜଙ୍ଗଲ ପାହାଡ ଖୋଲରୁ ଏହି ହାତୀ ଶବଟିକୁ ଜଙ୍ଗଲ ବିଭାଗ ଠାବ କରିଛି । ମୃତ ହାତୀର ଆନୁମାନିକ ବୟସ ୨ ରୁ ୩ ବର୍ଷ ହେବ ବୋଲି ଜଣା ପଡିଛି । ଗତକାଲି ସନ୍ଧ୍ୟାରେ ହାତୀର ମୃତ ଦେହ ପଡ଼ିଥିବା ବନ ବିଭାଗ ଖବର ପାଇଥିଲେ ହେଁ ରାତି ଯୋଗୁଁ ଶବ ବ୍ୟବଚ୍ଛେଦ ହେବାରେ ଅସୁବିଧା ହୋଇଥିଲା । ଆଜି ସକାଳୁ ଜିଲ୍ଲା ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚିଛନ୍ତି । ବନ ବିଭାଗ ସହ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗର ଡାକ୍ତରୀଦଳ ପହଂଚି ଏବେ ମୃତ ହାତୀର ଶବ ବ୍ୟବଛେଦ ଆରମ୍ଭ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ପରେ ହାତୀ ମୃତ୍ୟୁ ଘଟଣାର ରହସ୍ୟ ଜଣାପଡିବ ବୋଲି ସଫେଇ ଦେଇଛନ୍ତି ସୁବର୍ଣ୍ଣପୁର ଡିଏଫଓ ।

Leave A Reply

Your email address will not be published.