ବ୍ରିଜ୍ ଉପରୁ ସାଙ୍ଗକୁ ଧକ୍କାଦେଲା ସାଙ୍ଗ : ସାଙ୍ଗର ମୃତ୍ୟୁ

ପାଟଣାଗଡ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଗଡିଆଜୋର୍ ଗାଁରେ ଅଘଟଣ । ଗାଁର ଗୋପବନ୍ଧୁ ଧରୁଆ ଗାଁମୁଣ୍ଡରେ ଥିବା ଏକ ବ୍ରିଜ୍ ଉପରେ ବସିଥିବା ସମୟରେ ଅଭିଯୁକ୍ତ ସୁଦାମ ଧରୁଆଙ୍କ ସହିତ କୌଣସି କଥାକୁ ନେଇ ବଚସା ହୋଇଥିଲା । ସୁଦାମ ରାଗିଯାଇ ଗୋପବନ୍ଧୁଙ୍କ ଛାତିରେ ଜୋର୍‌ରେ ଧକ୍କା ମାରିବାରୁ ବ୍ରିଜ୍‌ ତଲେ ପଡିଯାଇ ଗୁରୁତର ଆହାତ ହୋଇଥିଲେ ଗୋପବନ୍ଧୁ । ଗୁରୁତର ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାକୁ ଆଣିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏବିଷୟରେ ପାଟଣାଗଡ ପୁଲିସ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରି ଥାନାରେ ଅଟକ ରଖି ଅଧିକ ପଚରା ଉଚରା ଜାରି ରଖିଛି ।

Leave A Reply

Your email address will not be published.