ସାପ କାମୁଡାରେ ରୁକ୍ମିଣୀ ଗାଁର ଦୁଃଶାସନଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବଉଳଗାଁ ଗ୍ରାମ ପଞ୍ଚାୟତର ରୁକ୍ମିଣୀ ଗାଁର ଦୁଃଶାସନ ନାୟକ (୪୭)ଙ୍କୁ ସାପ କାମୁଡ଼ି ଦେଇବାରୁ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା । ପ୍ରକାଶ ଥାଉକି, ଦୁଃଶାସନ ବିଲରେ କାମ କରୁଥିବା ବେଳେ ଅପରାହ୍ନ ୩.୩୫ ମି଼ ସମୟରେ ଏକ ରଣା ସାପ କାମୁଡାରେ ତା”ର ମୃତ୍ୟୁ ହୋଇଥିବା କୁହାଯାଇଛି । ହଠାତ୍ ସାପ କାମୁଡ଼ିବାରେ ୧୦ ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି । ଗତକାଲି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଛି ବୋଲି ମେଡିକାଲ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.