oom

ସ୍ଵତନ୍ତ୍ର ଉପକାରାଗାରରେ ଥିବା ବିଚାରାଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ

jsmm

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସୁନ୍ଦରଗଡ଼ ଜିଲ୍ଲା ବଣାଇ ସ୍ଥିତ ସ୍ଵତନ୍ତ୍ର ଉପକାରାଗାରରେ ଥିବା ବିଚାରାଧୀନ କଏଦୀର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାରୁ ଜଣାପଡିଛି ଯେ, କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଟା ଗ୍ରାମର ଜଣେ ୨୮ ବର୍ଷିୟ ଯୁବକ ଶୁକରାମ ମୁଣ୍ଡା ଗତ ୨୦୨୦ ମସିହାରୁ ହତ୍ୟା ଅଭିଯୁକ୍ତ ଭାବେ ବଣାଇଁ ସ୍ଵତନ୍ତ୍ର ଉପ କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଥିବା ବେଳେ ରବିବାର ମଧ୍ୟାହ୍ନରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିବା ଜଣାପଡିଛି । ସେ ହଠାତ୍ ଅସୁସ୍ଥ ହୋଇ ଯିବାରୁ ତାଙ୍କୁ ବଣାଇ ସ୍ଥିତ ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବଣାଇଁ ପୋଲିସ ଚିକିତ୍ସାଳୟରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି । ବିଚାରାଧୀନ କଏଦୀର ମୃତ୍ୟୁ ହେଲେ ନିୟମ ଅନୁଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ହେବା ଓ ବ୍ୟବଚ୍ଛେଦର ଭିଡିଓ ଗ୍ରାଫି କରାଯିବା ବାଧ୍ୟତାମୂଳକ ଥିବାରୁ ବ୍ୟବଚ୍ଛେଦ ବିଳମ୍ବ ଘଟିବ ବୋଲି ଜଣାପଡିଛି ।

jittmm
Leave A Reply

Your email address will not be published.