jayashree

ବିବାହିତା ମହିଳାଙ୍କ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରପଦର ପଂଚାୟତର ତେଲିସରାବାହିଲି ଗ୍ରାମରେ ଆଜି ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ମୃତକଙ୍କ ପରିବାର ଏହା ଆତ୍ମହତ୍ୟା ନୁହେଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି । ସୂଚନା ମତେ ଭଟାପଲା ଲକ୍ଷ୍ମୀପଡ଼ାର ସ୍ୱର୍ଗତ ଯୁଧିଷ୍ଠିର ସାହୁଙ୍କ ଝିଅ କେତକୀ ସାହୁ ଗତ ଜାନୁଆରୀ ୧୫ ତାରିଖରେ ତେଲିସରାବାହିଲିର ରାଧେ ସାହୁଙ୍କ ପୁଅ ଆନନ୍ଦ ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର ମାସକ ପରେ ସ୍ୱାମୀଙ୍କ ପରିବାର ଲୋକେ ତାଙ୍କୁ ନିର୍ଯ୍ୟାତନା ଦେଉଥିବା କେତକୀଙ୍କ କାକା ଅପେଶ୍ୱର ସାହୁ ଅଭିଯୋଗ କରିଛନ୍ତି । ତେଣୁ ତାକୁ ମାରି ଦିଆଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ସେ ଏତଲାରେ ଦର୍ଶାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । ମୃତକ ମହିଳା ଜଣକ ଗର୍ଭବତୀ ଥିବା ସୂଚନା ମିଳିଛି । ଏହାର ନିରପେକ୍ଷ ତଦନ୍ତ ପାଇଁ ଦାବୀ ହୋଇଛି ।

Leave A Reply

Your email address will not be published.