om academy

ଗଞ୍ଜାମ ସହରର ବିଶିଷ୍ଟ ବ୍ୟବସାୟୀ ଦମ୍ପତିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହର ସାନବଜାରର ବିଶିଷ୍ଟ ବ୍ୟବସାୟୀ ନିରଞ୍ଜନ ଦାସ ଓ ତାଙ୍କ ଧର୍ମପତ୍ନୀ ଗାୟତ୍ରୀ ଦାସଙ୍କ ଆଜି ପୁରୀ ସହରରେ ସଡ଼କ ଜନିତ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଗଞ୍ଜାମ ସାନବଜାର ବଣିକସଙ୍ଘର ସଦସ୍ୟ ତଥା ପୁରାତନ ବ୍ୟବସାୟୀ କୋକୋକୋଲା କମ୍ପାନୀର ଜମାଦାର ନିରଞ୍ଜନ ଦାସ ଏବଂ ତାଙ୍କ ଧର୍ମପତ୍ନୀ ଗାୟତ୍ରୀ ଦାସ ଦୁହେଁ ପୁରୀ ବାଇପାସରେ ଯାଉଥିବା ବେଳେ ବାଇକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାପଡିଛି । ତାଙ୍କ ମୃତ୍ୟୁରେ ସମଗ୍ର ଗଞ୍ଜାମ ସହରାଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.