ଲୋୟର ସୁକତେଳ ପ୍ରକଳ୍ପରେ କାମ କରୁଥିବା ସମୟରେ ଟ୍ରକ୍‌ ତଳେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ମାଗୁରବେଡାଠାରେ ଲୋୟର ସୁକତେଳ ପ୍ରକଳ୍ପ ତଥା ଡ୍ୟାମ୍‌ ପାଇଁ କାମ ଚାଲୁଥିବା ବେଳେ ଜଣେ ଶ୍ରମିକ ଏକ ଟ୍ରକ୍‌ ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ମୃତ ଶ୍ରମିକ ଜଣକ କଳାହଣ୍ଡି ଜିଲ୍ଲା ଗୁଂଜିଗୁଡାର ନରସିଂହ ପଟେଲ(୪୯) ହୋଇଥିବା ବେଳେ ଆଜି ବଲାଙ୍ଗିର ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲର ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ଶବ ପଞ୍ଚନାମା କରିବା ପାଇଁ ପଠାଇ ଯାଇଛି ।

Leave A Reply

Your email address will not be published.