କୂଅରେ ପଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ

ସୋନପୁର : କୂଅରେ ପଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ । ସୋନପୁର ଜିଲ୍ଲା ବୀରମହାରାଜପୁରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି । ମୃତ ଦୁଇ ଭଉଣୀ ହେଲେ ୨ ବର୍ଷୀୟ ଦିଶା ମିଶ୍ର ଏବଂ ବର୍ଷକର ସିଦ୍ଧିଶ୍ରୀ ଶତପଥୀ । ସୂଚନା ଅନୁସାରେ ବୀରମହାରାଜପୁର ଛକରେ ଆଲୋକ ମିଶ୍ରଙ୍କ ଘର । ତାଙ୍କ ଝିଅ ହେଉଛନ୍ତି ୨ ବର୍ଷୀୟ ଝିଅ ଦିଶା ମିଶ୍ର ଏବଂ ତାଙ୍କ ଭଉଣୀ ଅଳକା ମିଶ୍ରଙ୍କ ଏକମାତ୍ର ଏକ ବର୍ଷୀୟ ଝିଅ ହେଉଛନ୍ତି ସିଦ୍ଧିଶ୍ରୀ ଶତପଥୀ ।

ସଂଧ୍ୟା ସମୟରେ ପରିବାର ଲୋକେ ଘର ଭିତରେ ଥିଲେ । ଦୁଇ ଭଉଣୀ ଘର ପଛରେ ଥିବା କୂଅ ନିକଟରେ ଖେଳୁଥିଲେ । ଏହି ସମୟରେ ଉଭୟ କୂଅ ଭିତରକୁ ଖସି ପଡ଼ିଥିଲେ । ପ୍ରଥମେ ପରିବାର ଲୋକେ ହଠାତ୍‌ ଦୁଇ ଝିଅକୁ ଖୋଜିଥିଲେ । କିନ୍ତୁ କୌଣସି ଖୋଜଖବର ପାଇନଥିଲେ । ଏହାପରେ ସନ୍ଦେହ ହେବାରୁ ଜାଣିବାକୁ ପାଇଥିଲେ ଯେ କୂଅ ଭିତରେ ଦୁଇ ଝିଅ ଖସି ପଡ଼ିଛନ୍ତି । ଏହାପରେ ଦମକଳ ବାହିନୀକୁ ଖବର ଦେଇଥିଲେ । ହେଲେ ଉଦ୍ଧାର ହେବା ବେଳକୁ ଦୁଇ ଝିଅଙ୍କର ମୃତ୍ୟୁ ହୋଇସାରିଥିଲା । କିନ୍ତୁ ଅଗ୍ନିଶମ ବିଭାଗ ଉଭୟ ଶିଶୁକନ୍ୟାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

Leave A Reply

Your email address will not be published.