om academy

ସଡ଼କ ଦୁର୍ଘଟଣାରେ ନବଦମ୍ପତିଙ୍କ ମୃତ୍ୟୁ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠସ୍ଥ ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳ ଗୋଳନ୍ଥରା ଥାନା ନିକଟରେ ଗୋଟିଏ ଟ୍ରାକ୍ଟର ଧକ୍କାରେ ନବଦମ୍ପତିଙ୍କ ମୃତ୍ୟୁ ଭଳି ଏକ ଦୁଃଖଦାୟକ ଅଭାବନୀୟ ଘଟଣା ଗତକାଲି ଘଟିଯାଇଛି । ନବଦମ୍ପତିଙ୍କର ତିନିଦିନ ତଳେ ତେଲୁଗୁ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା । ସେମାନେ ହେଲେ ସୀମାନ୍ତ ଆନ୍ଧ୍ରପ୍ରଦେଶ ଇଚ୍ଛାପୁର ଅଞ୍ଚଳର ସିଏଚ.ପ୍ରବଣିକା ଏବଂ ଜି. ବେଣୁ ବୋଲି ଜଣାପଡିଛି । ଏହି ମର୍ମନ୍ତୁଦ ଦୁର୍ଘଟଣା ଭଳି ମୃତ୍ୟୁ ଖବର ପାଇବାପରେ ଉକ୍ତ ଅଞ୍ଚଳରେ ତଥା ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଉଭୟ ପରିବାରର ଲୋକେ ଦୁଃଖ, ଶୋକରେ ଭାଙ୍ଗି ପଡ଼ିଛନ୍ତି । ଏଭଳି ଦୁଃଖଦାୟକ ଖବର ନେଇ ସରକାର ସହାୟତା ରାଶି ପ୍ରଦାନ କରି ଉକ୍ତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଓ ସାନ୍ତ୍ୱନା କରିବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ଦାବୀ ହୋଇଛି ।

Leave A Reply

Your email address will not be published.