ବନ୍ଦ ଘର ଭିତରୁ ନବ ବିବାହିତାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ : ବନ୍ଦ ଘର ଭିତରୁ ନବ ବିବାହିତାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ସରସରା ଗାଁରେ ବାହାରୁ ଘର ବନ୍ଦ କରି ଗତକାଲି ରାତିରେ ବାପା-ପୁଅ ଘର ଛାଡ଼ି ପଳାଇ ଯାଇଥିଲେ । ତେବେ ପଡ଼ୋଶୀଙ୍କର ସନ୍ଦେହ ହେବାରୁ ଝରକା ପଟରେ ସିନ୍ଦେଶ୍ୱରୀଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଆଜି ସକାଳେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟା ସନ୍ଦେହ କରି ତଦନ୍ତ ଆରମ୍ଭ କରିବା ସହ ଫେରାର୍ ବାପା-ପୁଅଙ୍କୁ ଧରିବାକୁ ତନାଘନା ତଦନ୍ତ ଆରମ୍ଭ କରିଛି ଟିକାୟତପାଲି ଥାନା ପୋଲିସ । ତେବେ ବିଭୂତି ଓ ସିନ୍ଦେଶ୍ୱରୀଙ୍କ ବାହାଘରକୁ ମାସ କେଇଟା ବିତି ନଥିବା ବେଳେ ସନ୍ଦେଶ୍ୱରୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଏକ ଚ‌ର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.