ଖୁଜେନପାଲିରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଖୁଜେନପାଲି ଦେଶୀ ମଦଭାଟି ନିକଟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ଖବର ନେବା ପର୍ଯ୍ୟନ୍ତ ମୃତ ଯୁବକଙ୍କୁ ପରିଚୟ ମିଳିପାରି ନାହିଁ । ଏକ ଗଛରେ ଦଉଡିରେ ଲାଗି ଯୁବକଙ୍କ ଶବ ଝୁଲୁଥିବା ଜଣାପଡ଼ିଛି । ସବୁଠାରୁ ବଡ଼ କଥା ହେଲା, ଶବର ଦୁଇଗୋଡ଼ ମାଟିରେ ଲାଗିଥିବା ଯୋଗୁଁ ଯୁବକ ଜଣକ ଆତ୍ମହତ୍ୟା କାଟିଛନ୍ତି ନା ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି, ତାହା ସ୍ପଷ୍ଟ ହୋଇନାହିଁ । ଏ ଦିଗରେ ସଦର ପୋଲିସ ଜୋର୍‌ ସୋର୍‌ ତଦନ୍ତ କରୁଥିବା ଜଣାପଡ଼ିଛି । ମୃତ ଯୁବକଙ୍କ ପରିଚୟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରେ ବୋଲି କୁହାଯାଉଛି । ଅନ୍ୟପଟେ ବାରମ୍ବାର ଖୁଜେନପାଲି ମଦଭାଟି ନିକଟରେ ବିଭିନ୍ନ ପ୍ରକାର ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ନାନା ପ୍ରକାର ଆଲୋଚନା ଚାଲିଥିବା ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.