oum

ଉଦ୍ଧାର ହେଲା ଭାସି ଯାଇଥିବା ବାପ-ପୁଅଙ୍କ ମୃତଦେହ

jsm

ଯାଜପୁର : ବନ୍ୟାଜଳରେ ଭାସି ଯାଇଥିବା ବାପ-ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଗତକାଲି ଯାଜପୁର ଜିଲ୍ଲାର ବରୀ ବ୍ଲକ ବାଲିଆ ଗଙ୍ଗାଧରପୁର ଗ୍ରାମର କିଶୋର ସିଂହ ଓ ପୁଅ କୈଳାସ ସିଂହ ବନ୍ୟାଜଳରେ ଭାସି ଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ କିଶୋର ଗାଈକୁ ବାନ୍ଧୁଥିବା ସମୟରେ ଗାଈ ଟାଣି ନେଇଥିଲା । ପ୍ରବଳ ବର୍ଷାରେ ସୃଷ୍ଟି ଘାଇ ଯୋଗୁଁ ସ୍ଥାନୀୟ ଅଞ୍ଚଳ ପୁରା ଜଳମଗ୍ନ ଥିବାରୁ ଗାଈ ଓ କିଶୋର ଆଖି ପିଛୁଳାକେ ଭାସି ଯାଇଥିଲେ । ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ କୈଳାସ ମଧ୍ୟ ବନ୍ୟା ପାଣିରେ ଭାସିଯାଇଥିଲେ । ଗତକାଲିଠାରୁ ଉଦ୍ଧାର କାର୍ଯ୍ୟରେ ବରୀ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିବା ବେଳେ ଆଜି ସକାଳୁ ଉଭୟଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଏହି ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.