om academy

ବନ୍ଦ ଘରୁ ୩ଟି ମୃତଦେହ ଉଦ୍ଧାର

jsm

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ତାଳଚୁଆ ପଞ୍ଚାୟତ ରାଜେନ୍ଦ୍ର ନଗର ଗାଁରେ ଚାଞ୍ଚଲ୍ୟ । ଏକ ବନ୍ଦ ଘରୁ ମିଳିଛି ବାପ, ମାଆ ଓ ପୁଅଙ୍କ ମୃତଦେହ । ମୃତକ ହେଲେ ବାପା ଶ୍ରୀଦାମ ମଣ୍ଡଳ (୫୩), ମାଆ ଜୟନ୍ତୀ (୪୫) ଓ ପୁଅ ପରୀକ୍ଷିତ(୨୭) । ଆଜି ସକାଳେ ଶ୍ରୀଦାମ ମଣ୍ଡଳଙ୍କ ଝୁଲନ୍ତା ମୃତଦେହ ଛାତରୁ ତଳକୁ ଓହଳିଥିବା ଦେଖି ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ । ଏବେ ଘଟଣାସ୍ଥଳରେ ତହସିଲଦାର ଅଜୟ କୁମାର ମହାନ୍ତି, ଏସଡିପିଓ କ୍ଷମାସାଗର ପଣ୍ଡା ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୁଲିସ ଘର ତାଡ଼ି ତିନିଟି ମୃତଦେହ ଉଦ୍ଧାର କରିଛି ।

Leave A Reply

Your email address will not be published.