jayashree

ଛତ୍ରପୁର ଗୌରୀଶଙ୍କର ମନ୍ଦିରରୁ ମୃତଦେହ ଉଦ୍ଧାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ଗୌରୀଶଙ୍କର ମନ୍ଦିର ପରିସରରୁ ଗତକାଲି ଜଣେ ମୃତବ୍ୟକ୍ତିଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ବୋଲି ଜଣାପଡିଛି । ମୃତ ବ୍ୟକ୍ତି ଜଣକ ହେଲେ ଛତ୍ରପୁର ଆଦର୍ଶ ଥାନା ଅଧିନସ୍ଥ ସଦରଦପ୍ତର ସନ୍ନିକଟ ପାଲିଆଛତ୍ରପୁର ଗ୍ରାମର ସୁଶାନ୍ତ କୁମାର ଶତପଥୀ (୪୧) । ସେ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଠିକା କର୍ମଚାରୀ ଭାବେ ସେ କାମ କରୁଥିଲେ ବୋଲି କୁହାଯାଏ । ସୁଶାନ୍ତଙ୍କ ଘର ପାଲିଆ-ଛତ୍ରପୁର ବୋଲି ଜଣାପଡିଛି । ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ମୃତ ବ୍ୟକ୍ତି ଜଣକ ଅତ୍ୟଧିକ ମାତ୍ରାରେ ନିଶା-ସେବନ କରି ମୃତ୍ୟୁବରଣ କରିଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସୁଶାନ୍ତଙ୍କ ପରିବାରରେ ପୂର୍ବରୁ ବହୁବାର କଳି, ଝଗଡା ଲାଗି ରହିଥିବା ସମ୍ପର୍କରେ ଥାନାରେ ତାଙ୍କ ନାମରେ ପାରିବାରିକ କେସ ଥିଲା । ପରିବାରରେ ସ୍ତ୍ରୀ, ପିଲାମାନଙ୍କ ମଧ୍ୟରେ କଳି ଝଗଡ଼ାକୁ ନେଇ ସେ ଅତ୍ୟଧିକ ନିଶା ସେବନ କରି ମୃତ୍ୟୁବରଣ କରିଥିବା ବିଷୟରେ ପୋଲିସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.