କେନାଲରୁ ନାବାଳକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ : ବ୍ରିଜ ନିକଟରୁ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ଗୁରୁବାର ସକାଳେ ଅମଲାପଡ଼ା ବ୍ରିଜ ନିକଟରେ ଜଣେ ନାବାଳକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ନାବାଳକ ଦେହରେ ଏକାଧିକ କ୍ଷତ ରହିଥିବା ବେଳେ ପୁଲିସ ଛାନ୍‌ଭିନ୍ ଚଳାଇଛି । ନାବାଳକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ ।

Leave A Reply

Your email address will not be published.