om academy

କେନାଲରୁ ମୃତଦେହ ଉଦ୍ଧାର

jsm

ଜି.ଉଦୟଗିରି : କନ୍ଧମାଳ ଜିଲ୍ଲା ନୂଆହାଟ ପଛପଟ କେନାଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ଅଶୋକ ବେହେରା ବୋଲି ଜଣାପଡିଛି । ସୂଚନାନୁଯାୟୀ, ଗୁରୁବାର ରାତିରେ ନୂଆହାଟ କେନାଲରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ମୃତଦେହଟି ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ରହିଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଏନେଇ ଖବର ପାଇବା ପରେ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତକ ଜଣଙ୍କ ବୁଲୁସୁଗା ଗ୍ରାମର ଅଶୋକ ବେହେରା ବୋଲି ଜଣାପଡିଛି । ତେବେ ଅଶୋକଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.