ପୋଖରୀରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଦାମୋଦରପୁର ଗାଁ ପୋଖରୀରୁ ଏକ ଅଢେଇ ବର୍ଷର ଶିଶୁପୁତ୍ରର ମୃତଉଦ୍ଧାର ହୋଇଛି । ମୃତ ଶିଶୁ ହେଲେ ସୁମୁନାଥ ପାତ୍ରଙ୍କ ପୁଅ ବିନାୟକ ପାତ୍ର । ସକାଳ ଦଶଟାରେ ପୋଖରୀ ନିକଟରେ ବୁଲୁଥିବା ବେଳେ ପାଣିରେ ଗୋଡ଼ ଖସି ବୁଡ଼ିଯାଇଥିବା ଆଲୋଚନା ହେଉଛି । ପୋଖରୀରେ ଜାଲ ପକାଉଥିବା ବେଳେ ମୁତ ଶିଶୁଟି ଜାଲରେ ଲାଗିଥିଲା ବୋଲି ସେହି ଗ୍ରାମର ଜଣେ ବ୍ୟକ୍ତି କହିଛନ୍ତି । ଶିଶୁପୁତ୍ରକୁ ଉଦ୍ଧାର ପରେ ଗଞ୍ଜାମ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ଥାନା ଏସ୍‌ଆଇ ଅନିରୁଦ୍ଧ ସ୍ୱାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ମେଡିକାଲ ପଠାଇଥିଲେ । ରିପୋର୍ଟ ଆସିବା ପରେ ଘଟଣା କଣ ଜଣା ପଡିବ ବୋଲି ଥାନା ପୋଲିସ ପକ୍ଷରୁ କୁହାଯାଇଛି । ପ୍ରକାଶ ଯୋଗ୍ୟ ସୁମୁନାଥଙ୍କ ନିଜ ଗାଁ ସାହାପୁର ହୋଇଥିବା ବେଳେ ସେ ଅଗସ୍ତିନୂଆଗାଁ ସ୍ଥିତ ଟାଟା ମୋଟର୍ସ କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ଦାମୋଦରପୁରରେ ଏକ ଭଡା ଘରେ ରହୁଥିଲେ ।

Leave A Reply

Your email address will not be published.