ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର : ବୁର୍ଲା ଥାନା ଢିପାପଡ଼ା ଗାଁରେ ଜଣେ +୨ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଘରର ପଛପଟୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୃତ ଛାତ୍ର ଜଣକଙ୍କ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ । ଏହା ହତ୍ୟା ନା ଆତ୍ମହତ୍ୟା ତାର କାରଣ ଅସ୍ପଷ୍ଟ ରହିଛି । ତେବେ ମୃତ ଛାତ୍ର ଜଣକ ଜିଏମ୍‍ କଲେଜର +୨ ଛାତ୍ର ଓ ତାଙ୍କ ନାଁ ରୋହନ ଗୁରୁ ବୋଲି ଜଣାପଡ଼ିଛି । ଏନେଇ ଥାନାରେ ଏତଲା ଦିଆଇଛି କି ନାହିଁ ତାହା ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.