ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସୁନ୍ଦରଗଡ : ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରାଜବାଟିରେ ଭଡ଼ାଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଗତକାଲି ରାତିରେ ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି । ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ସୂଚନା ମୁତାବିକ, ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରାଜବାଟି ଅଞ୍ଚଳରେ ଅରୁଣ ଭୋଇ ନାମକ ଯୁବକ ଭଡା ଘରେ ରହୁଥିଲେ । ସେ ଏହି ଅଞ୍ଚଳରେ ଇଲେକ୍ଟ୍ରିସିଆନ୍ ଭାବେ କାମ କରୁଥିଲେ । ତେବେ ଗତକାଲି ରାତିରେ କୌଣସି କାରଣରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ସକାଳୁ ଘର କବାଟ ଖୋଲିନଥିବାରୁ ପଡୋଶୀ ଲୋକ ସନ୍ଦେହ କରିଥିଲେ । ଏ ସମ୍ପର୍କ ସୁନ୍ଦରଗଡ଼ ଟାଉନ୍ ଥାନା ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳ​​‌ରେ ପୋଲିସ ପହଞ୍ଚି ଭିତରୁ ପଟୁ ବନ୍ଦ ଥିବା କବାଟକୁ ତାଡି ଘରକୁ ପଶିଥିଲେ । ସେଠାରେ ଅରୁଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ । ତାଙ୍କ ସାଙ୍ଗ କେହି ରହୁଥିଲେ କି ନାହିଁ କିଛି ସୂଚନା ମିଳିନାହିଁ । ତେବେ ଯୁବକ ଆତ୍ମହତ୍ୟା କାରଣ ଖୋଜିବା ପାଇଁ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.