ରେଳଧାରଣରୁ ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିଟିଲାଗଡ଼ ରେଳଲାଇନର ବଡ଼ମାଲ ଷ୍ଟେସନରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । କୌଣସି ଟ୍ରେନ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ଅନୁମାନ କରିଥିଲେ । ଖବର ପାଇ ବଲାଙ୍ଗିର ଜିଆରପି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ । ଏଥିସହ ବ୍ୟବଚ୍ଛେଦପାଇଁ ବିବିଏମସିଏଚକୁ ଶବ ଅଣାଯାଇଥିଲା । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.