
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସକାଳୁ ହାଟପଦା ପଡ଼ା ପୁରୁଣା ରେଳ ଫାଟକ ଥିବା ନିକଟରେ ରେଳ ଧାରଣା ଉପରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ପଡି ରହିଥିବା ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ କିଏ ଜଣା ପଡ଼ି ନଥିବା ବେଳେ ସେ ଲୁଙ୍ଗି ଓ ଲାଇନିଂ ଟି ସାର୍ଟ ପିନ୍ଧିଛନ୍ତି । କେତେବେଳେ ଏହି ବ୍ୟକ୍ତି ରେଳ ଲାଇନରେ ଦୁଇ ଖଣ୍ଡ ହୋଇଛନ୍ତି ଜଣା ପଡୁନି, ତେବେ ସକାଳୁ ଘୋର କୁହୁଡି ହଟିବା ପରେ ସ୍ଥାନୀୟ ଲୋକେ ଏହି ମୃତ ଦେହ ଦେଖିବାକୁ ପାଇଥିଲେ । ରେଳ ବିଭାଗ ପୋଲିସ ପକ୍ଷରୁ ତଦନ୍ତ କଲେ ଜଣାପଡ଼ିବ ଯେ ବ୍ୟକ୍ତି ଜଣକ କିଏ ବୋଲି ।