ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ରେଳ ଷ୍ଟେସନରେ ଏକ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁଦେହ ମିଳିଛି । ଏକ ଗାମୁଛାରେ ତାଙ୍କର ବେକ ଝୁଲି ରହିଛି । କିନ୍ତୁ ତାଙ୍କର ଦୁଇଟି ଗୋଡ଼ ତଳେ ଲାଗି ରହିଛି । ଏହା ଏକ ହତ୍ୟା କି ଆତ୍ମହତ୍ୟା ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଗଞ୍ଜାମ ଜିଲ୍ଲା ହେଡ଼କ୍ୱାଟର ଛତ୍ରପୁରର ରେଳ ଷ୍ଟେସନ ହୋଇଥିବାରୁ ଏହି ଷ୍ଟେସନ ଉପରେ ଆଖପାଖ ଅଞ୍ଚଳର ପ୍ରାୟତଃ ୫୦ହଜାର ଲୋକ ଏହି ଷ୍ଟେସନ ଉପରେ ନିର୍ଭର କରି ଆସୁଛନ୍ତି । ଅଗଣିତ ଯାତ୍ରୀ ଦୈନିକ ଏହି ରେଳ ଷ୍ଟେସନକୁ ଆସିଥାନ୍ତି । ଏହି ଷ୍ଟେସନ ଆର୍ପିଏଫ୍ ପୋଲିସ ନିଯୁକ୍ତ ଥାଇ ମଧ୍ୟ ଏଭଳି ଘଟଣା କିପରି ଘଟୁଛି ବୋଲି ସାଧାରଣରେ ଆଲୋଚନାର ବିଷୟ ହୋଇଛି ।
Next Post