ମହାନଦୀ ଘାଟରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ସହର ମହାନଦୀ ମାଳୀସାହି ଘାଟରୁ ରବିବାର ଜଣେ ମହିଳାଙ୍କ ଉଲଗ୍ନ ଶବ ଉଦ୍ଧାର ହୋଇଛି । ମହିଳାଙ୍କ ପରିଚୟ ମିଳି ନଥିବାରୁ ବୌଦ୍ଧ ଆଦର୍ଶ ଥାନା ପୁଲିସ ଶବ ଜବତ କରି ଶବାଗାରରେ ସଂରକ୍ଷିତ ରଖିଛି । ସୂଚନାନୁସାରେ, ସ୍ଥାନୀୟ ଲୋକ ରବିବାର ଗାଧୋଇ ଯିବା ସମୟରେ ଘାଟ ନିକଟରେ ଶବ ପଡିଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ । ମୃତ ମହିଳାଙ୍କ ବୟସ ୬୦ରୁ ୭୦ ବର୍ଷ ହେବ ବୋଲି ଆଇଆଇସି ମାଧବାନନ୍ଦ ନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.