ଡ୍ରେନ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ : ଡ୍ରେନ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଦୃଶ୍ୟ ରେଡକ୍ରସ୍‌ ରୋଡ ପୁରୀ ପୋଲିସ ହାଇସ୍କୁଲ ନିକଟରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ପୋଲିସ ହାଇସ୍କୁଲ ଗେଟ୍‌ ଦେଇ ଯାଇଥିବା ଡ୍ରେନ୍‌ରେ ଜଣେ ଅଜଣା ମୃତଦେହ ପାଣିରେ ଭାସମାନ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଛି । ଏନେଇ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତକ ଜଣକ କିଏ ତାଙ୍କ ପରିଚୟ ମିଳିପାରି ନାହିିଁ ।

Leave A Reply

Your email address will not be published.