ପୋଖରୀରୁ ମିଳିଲା ୩ ନବଜାତକଙ୍କ ମୃତଦେହ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଢ଼ା ବ୍ଲକ ସଦର ଥାନା ଇନ୍ଦିପୁର କଟା ପୋଖରୀରେ ୩ ନବଜାତ ଶିଶୁଙ୍କ ମୃତଦେହ ଠାବ କରାଯାଇଥିବା ଜଣାପଡିଛି । ୩ ନବଜାତକ କନ୍ୟା ସନ୍ତାନ ବୋଲି ସନ୍ଦେହ କରାଯାଉଛି । ଏକକାଳୀନ ୩ ନବଜାତକଙ୍କ ମୃତଦେହ ଦେଖି ଗ୍ରାମବାସୀ ଚିନ୍ତାରେ ପଡ଼ିଯାଇଛନ୍ତି । ସଦର ଥାନା ପୋଲିସ ଖବର ପାଇ ଘଟଣାର ତଦନ୍ତ କରୁଛି । ଏଭଳି ଘଟଣା ଜିଲ୍ଲାରେ ପ୍ରଥମ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.