oum

ପୋଖରୀରେ ବୁଡି ଶିଶୁପୁତ୍ର ମୃତ

jsm

ଲାଠୋର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ମାଲପଡା ଗାଁର ଧରମ ସିଂହ ଧରୁଆଙ୍କ ଶିଶୁପୁତ୍ର ଗୋଲକ ସିଂହ ଧରୁଆ(୭) ନିକଟସ୍ଥ ଅମୃତ ସରୋବର ପୋଖରୀରେ ବୁଡି ପ୍ରାଣ ହରାଇଥିବା ଖବର ମିଳିଛି । ସୂଚନା ଅନୁସାରେ, ଗୁରୁବାର ଗୋଲକ ନିଜ ଘର ପରିସରରେ ସକାଳ ୧୦ଟା ପର୍ଯ୍ୟନ୍ତ ଖେଳୁଥିଲେ । ୧୦ଟା ପରେ ଆଉ ତାଙ୍କୁ କେହି ଦେଖିନଥିଲେ । ପରିବାର ଲୋକେ ଖୋଜା ଖୋଜି କରିବା ପରେ ସେ ପିନ୍ଧିଥିବା ପୋଷାକ ପୋଖରୀ ହିଡରେ ଓ ମୃତଦେହ ପାଣିରେ ଭାସୁଥିବା ଦେଖି ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପୁଲିସର ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ପଠାଇଥିଲା । ଘଟଣାସ୍ଥଳରେ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.