oom

ନାଗାବଳୀ ନଦୀରେ ବୁଡ଼ି ଶିଶୁ ମୃତ

jsmm

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା ପଞ୍ଚାୟତ ଅଧିନସ୍ଥ କୃଷ୍ଣପାତ୍ରଗୁଡା ଗାଁର ବୀରେନ୍ଦ୍ର ନିସିକାଙ୍କ ଏକ ମାତ୍ର ପାଞ୍ଚ ବର୍ଷର ପୁଅ ଧର୍ମେଶ୍ ନିସିକା ତାଙ୍କ ଦୁଇ ସାଙ୍ଗ ସହିତ ମଙ୍ଗଳ ବାର ଦିନ ମଧ୍ୟାହ୍ନ ସାଢ଼େ ତିନିଟା ସମୟରେ ନାଗାବଳୀ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଏହାପରେ ପରିବାର ଲୋକ ଥାନାରେ ସୂଚନା ଦେବାପରେ ଅଗ୍ନିଶମ ବିଭାଗର କର୍ମଚାରୀ ଓ ଗ୍ରାମବାସୀ ମିଶି ଶିଶୁଟିକୁ ଖୋଜିଥିଲେ । କିନ୍ତୁ ମଙ୍ଗଳବାର ଦିନ ବହୁ ଖୋଜାଖୋଜି ପରେ ଶିଶୁଟିର କୌଣସି ସନ୍ଧାନ ମିଳି ନଥିଲା । ଆଜି ବୁଧବାର ଦିନ ସକାଳ ୭ଟା ସମୟରେ କତାଗୁଡ଼ା ଗାଁ ଲୋକ ନଦୀକୁ ଯିବା ସମୟରେ ନଦୀ ମଝିରେ ଶିଶୁଟି ବୁଡ଼ି ରହିଥିବାର ଦେଖିଥିଲେ । ଏବଂ ପୁଲିସକୁ ସୂଚନା ଦେଇଥିଲେ । ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରିଥିଲେ । ଏହାପରେ କଲ୍ୟାଣସିଂହପୁର ପୁଲିସ୍ ପହଞ୍ଚି ତଦନ୍ତ କରି ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।

jittmm
Leave A Reply

Your email address will not be published.