ଅଜଣା ଗାଡି ଧକ୍କାରେ ୬ ଗୋରୁ ମୃତ

ଖୋର୍ଦ୍ଧା : ଅଜଣା ଗାଡି ଧକ୍କାରେ ୬ ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖୋର୍ଦ୍ଧା ସହର ନିକଟ ଶରଧାପୁର ଗ୍ରାମ ଦେଇ ଯାଇଥିବା ୫୭ ନମ୍ଵର ଜାତୀୟ ରାଜପଥ ଉପରେ ଆଜି ସକାଳୁ ପ୍ରାୟ ୬ଟି ଗୋରୁ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଗୋରୁ ଗୁଡିକର ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । କେହି ଅଜଣା ଗାଡି ଗୋରୁ ଗୁଡ଼ିକୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.