oom

ପୋଖରୀରେ ବୁଡି ୧୧ ବର୍ଷର ନାବାଳକ ମୃତ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ମୁରିବାହାଲ ଥାନା ଅଞ୍ଚଳରେ ୧୧ ବର୍ଷର ନାବାଳକ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଖବର ମିଳିଛି । ମୃତ ନାବାଳକ ସ୍ୱର୍ଗତ ଚିତ୍ର ନିଆଲଙ୍କ ପୁଅ ଧନି ନିଆଲ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଧନି ନିଆଲ ଶନିବାର ଦିନ ସେହି ଗ୍ରାମର କେତେଜଣ ପିଲାଙ୍କ ସହିତ ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉ ଥିବା ସମୟରେ ପୋଖରୀରେ ଧନି ନିଆଲଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ପହଁରା ନଶିଖି ଥିବାରୁ ପାଣି ଭିତରେ ବୁଡ଼ି ଯାଇଥିଲେ । ତେବେ ଧନି ପାଣିରେ ବୁଡିଯିବା ଖବର ପାଇବା ପରେ ସୁଶୀଳାଙ୍କ ସମ୍ପର୍କୀୟ ଭଣଜା ନରେଶ ଖର୍ସେଲଙ୍କ ପରିବାର ଲୋକେ ତୁରନ୍ତ ପାଣି ଭିତରୁ ତାଙ୍କୁ ଉଦ୍ଧାର କରି ବେଳପଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ନାବାଳକର ବାପା ଚିତ୍ର ନିଆଲ ୧୦ ବର୍ଷ ତଳେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ପୁଅ ପୋଖରୀରେ ବୁଡି ମୃତ୍ୟୁବରଣ କରିବା ଘଟଣାରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱାମୀଙ୍କ ମୃତ୍ୟୁ ହେତୁ ବିଧବା ଯନ୍ତ୍ରଣାକୁ ଛାତିରେ ପଥର କରି ବିଧବା ସୁଶୀଳା ନିଆଲ ତାଙ୍କ ଏକ ମାତ୍ର ପୁଅ ଧନିକୁ ଧରି ସବୁ ଦୁଃଖ ଭୁଲି ଯାଇ ନିଜ ମା’ ଘରେ ବଡ଼ସାଇମରା ଗାଁରେ ରହୁଥିଲେ । ନିୟତିର ଖେଳ ଘେରରେ ବିଧବା ସୁଶୀଳା ନିଆଲ ଅସହାୟ ହୋଇପଡିଛନ୍ତି । ସୁଶୀଳା ନିଆଲଙ୍କୁ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି ।

jittmm
Leave A Reply

Your email address will not be published.