ନଦୀରେ ବୁଡି ଦୁଇ ବାଳକ ମୃତ

ରାଉରକେଲା, (ସସ୍ମିତା ପ୍ରଧାନ) : ନଦୀରେ ବୁଡି ଦୁଇ ବାଳକ ମୃତ୍ୟୁ ହୋଇତିବା ଖବର ମିଳିଛି । ରାଉରକେଲାର କୋଏଲ ନଦୀରେ ବୁଡି ଦୁଇଜଣ ବାଳକ ମୃତ୍ୟୁବରଣ କରିଥିବା ବେଳେ ଦୁଇ ଜଣ ବାଳକ ନିଖୋଜ ଥିବା ଖବର ମିଳିଛି । ନିଖୋଜ ବାଳକ ଦୁଇ ଜଣଙ୍କୁ ଉଦ୍ଧାର କରିବା ଲାଗି ଫାୟାର ବ୍ରିଗେଡ଼ ଟିମର ପ୍ରୟାସ ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ ଝାଡ଼ଖଣ୍ଡରୁ ଚାରିଜଣ ବାଳକ ତାଙ୍କ ବନ୍ଧୁଙ୍କ ଘରକୁ ବୁଲି ଆସିଥିଲେ ।

ଶନିବାର ଦିନ ଝିରିପାଣି ପମ୍ପ ହାଉସ ନିକଟ କୋଏଲ ନଦୀରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ଦୁଇଜଣଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନା ପଠାଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ବୁଡି ଯାଇଥିବା ଅନ୍ୟ ଦୁଇ ବାଳକଙ୍କୁ ଉଦ୍ଧାର କରିବା ଲାଗି ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି ।

Leave A Reply

Your email address will not be published.