ସଡକ ଦୁର୍ଘଟଣାରେ ଜଣେ ମୃତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଶନିବାର ସନ୍ଧ୍ୟା ୮:୩୦ ସମୟରେ ଗ୍ରାମ କଲୋନୀ ପଡାର ୨୫ ବର୍ଷୀୟ ମୁକେଶ ଭୋଇଙ୍କ ଏକ ସଡ଼କ ଦୁର୍ଘଟଣାରେ ପଥର୍ଲା ଗ୍ରାମ ପାଖରେ ମୃତ୍ୟୁ ହୋଇଛି। ମୁକେଶ ଅତ୍ୟଧିକ ମଦ୍ୟପାନ କରିଥିବାରୁ ଭାରସାମ୍ୟ ହରାଇ ଗଛ ରେ ପିଟି ହୋଇ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ପୋଲିସ ରବିବାର ସକାଳ ପ୍ରାୟ ୯:୩୦ ସମୟରେ ପହଞ୍ଚି ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡକୁ ପଠାଇ ଦେଇଥିଲେ।

jittmm
Leave A Reply

Your email address will not be published.