ପୋଲ ତଳକୁ ଖସିପଡି ୧ ମୃତ

ଭଦ୍ରକ : ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ବେତରା ପଞ୍ଚାୟତରେ ଭୁଲ ବଶତଃ ପୋଲ ତଳକୁ ଖସିପଡି ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଳେ ବାବାଜୀ ଜେନା । ସୂଚନା ଅନୁସାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣୀତିଆ ପଞ୍ଚାୟତ ଅଧିନ କୁଡିଆମାଳ ଗାଁର ବାବାଜୀ ଜେନା ଏକ ବିବାହରେ ଯୋଗଦେବା ପାଇଁ ବରଯାତ୍ରୀ ହୋଇ ଯାଇଥିଲେ । କିନ୍ତୁ ଫେରିବା ବେଳେ ବାବାଜୀ ବାଟ ନପାଇ ଭୁଲ ରାସ୍ତାରେ ଫେରିଥିଲେ । ବାଟ ଜାଣି ନପାରି ଏକ ପୋଲ ତଳକୁ ଖସି ପଡିଥିଲେ । ସକାଳୁ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ।

Leave A Reply

Your email address will not be published.