ବଜ୍ରଘାତରେ ମହିଳା ମୃତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବଜ୍ରଘାତରେ ମହିଳା ମୃତ । ଏପରି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତ ଅନ୍ତର୍ଗତ ଖରଜୋଡା ଗ୍ରାମରେ । ଆଜି ସକାଳେ ଖରଜୋଡା ଗ୍ରାମର ଚଣ୍ଡାଳ ମହାନନ୍ଦିଆଙ୍କ ସ୍ତ୍ରୀ ଯମୁନା ମହାନନ୍ଦିଆ (୫୮) ନିଜ କପା ପଡିଆକୁ ଯାଇ କାମସାରି ଫେରିବା ସମୟରେ ପ୍ରବଳ ବର୍ଷା ହବାରୁ ଏକ ଗଛ ପାଖରେ ଆଶ୍ରୟ ନେଇଥିଲେ । ହଠାତ ଘଡଘଡି ସହ ବିଜୁଳି ମାରିବାରୁ ଯମୁନା ଘଟଣାସ୍ଥଳରେ ପଡିଯାଇଥିଲେ । ଜମୁନାଙ୍କୁ ପଡିଯିବାର ନିକଟରେ ଥିବା କିଛି ଲୋକ ଦେଖିଥିଲେ । ସଙ୍ଗେସଙ୍ଗେ ତାଙ୍କ ପରିବାରର ଲୋକକୁ ଜଣାଇବାରୁ ଘଟଣାସ୍ଥଳକୁ ଆସି ଦେଖିବା ପରେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯାଗ କରିଥିଲେ । ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଲା ପରେ ଯମୁନାଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ଯମୁନାଙ୍କୁ ମୃତ ଘୋଷଣା କରିଥିଲେ । ଯାହାଫଳରେ ଖରଜୋଡା ଗ୍ରାମରେ ଶୋକରଛାୟା ଖେଳି ଯାଇଥିଲା । ଉକ୍ତ ପରିବାର ଅତି ଗରିବ ହୋଇଥିବାରୁ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇ ଦେବାକୁ ଅନୁେରାଧ କରିଛନ୍ତି । ଖବର ନେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୁଲିସ କି କୌଣସି ପଶାସନର ଅଧିକାରୀ ପହଞ୍ଚି ନଥିଲେ ।

Leave A Reply

Your email address will not be published.