ଟ୍ରାକ୍ଟର ଓଲଟି ଡ୍ରାଇଭର୍‌ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଲୁକୁପାଲିରେ ଟ୍ରାକ୍ଟର ଡ୍ରାଇଭର୍‌ କ୍ଷେତରେ କାମ କରୁଥିବା ବେଳେ ଗାଡି ଓଲଟି ମୃତ୍ୟୁ ବରଣ କରିଛି । ମୃତକ ହେଲେ ଜୀବନ ଲାଲ ସିଦାର (୫୨) ପ୍ରକାଶ ଥାଉକି ଜୀବନ ଲାଲ ତାର ମାଲିକ ସୁଶୀଲ ଧରୁଆର କ୍ଷେତରେ କାଦୁଅ କାମ କରୁଥିବା ସମୟରେ ଟ୍ରାକ୍ଟରଟି ଓଲଟି ପଡିବାରୁ ସେ କାଦୁଅରେ ଚାପି ହୋଇଯାଇଥିଲା । ସୋମବାର ଦିନ ସନ୍ଧ୍ୟା ସମୟରେ ଫାୟାର କର୍ମଚାରୀ ନିରଞ୍ଜନ ବାରିକ, ରାଧାକାନ୍ତ ବାଗ, ସାଗର ରାଉତ, ବିକାଶ ସୋରେନ ଶିବଶଂଭୁ ବଗର୍ତି, ଉଦୟଭାନୁ ମହନ୍ତ ପ୍ରମୁଖ ଯାଇ ଜୀବନ ଲାଲ ସିଦାରକୁ କାଦୁଅ ମଧ୍ୟରୁ ଉଦ୍ଧାର କରିଥିଲେ ଓ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି ଏନେଇ ପାଇକମାଲ ପୋଲିସ କେଶ ନମ୍ବର ୧୯୦ /୨୪ ଅନୁସାରେ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.