ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ : ୩ ମୃତ

ଯୋଡ଼ା : ଯୋଡ଼ା ଫ୍ଲାଏ ଓଭର୍‌ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ତିନି ମୃତକ ହେଲେ ଗଣେଶ ଶର୍ମା, ନିକିତ ଘୋଷାଲ ଓ ସନ୍ତୋଷ ଶର୍ମା । ସୂଚନା ଅନୁଯାୟୀ, ସକାଳ ପ୍ରାୟ ୭ଟା ବେଳେ ସନ୍ତୋଷ ଶର୍ମା ନିଜ ପୁଅ ଗଣେଶ ଓ ପଡ଼ୋଶୀଙ୍କ ପୁଅ ନିକିତ ଘୋଷାଲଙ୍କୁ ଡିଏଭି ସ୍କୁଲକୁ ନେଇ ଆସୁଥିଲେ । ହେଲେ ଯୋଡ଼ା ଫ୍ଲାଏଓଭର୍‌ ନିକଟରେ ସେମାନଙ୍କୁ ଟ୍ରକ୍ ଧକ୍କା ନେଇଥିଲା । ଏହାଫଳରେ ତିନିଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା । ଏମାନେ ସମସ୍ତେ ଆଜାଦ ବସ୍ତିର ବାସିନ୍ଦା ବୋଲି ଜଣାଯାଇଛି । ଏଣେ ଦୁଇ ନାବାଳକ ପ୍ରଥମ ଶ୍ରେଣୀର ଛାତ୍ର । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି ।

Leave A Reply

Your email address will not be published.