ଶୌଚ ହେବାକୁ ଯାଇ ପୋଖରୀରେ ବୁଡି ନାବାଳକ ମୃତ

ନୟାଗଡ଼ : ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ୮ ବର୍ଷର ନାବାଳକ ମୃତ । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା କୁକୁଡ଼ାଝରି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଜଣକ ସେବି ଗାଁର ସୁରେଶ ବେହେରାଙ୍କ ପୁଅ ସୂର୍ଯ୍ୟକାନ୍ତ । ସୂଚନା ଅନୁଯାୟୀ, ଗୁରୁବାର ସକାଳେ ସୂର୍ଯ୍ୟକାନ୍ତ ଶୌଚ ହେବା ପାଇଁ ଗାଁ ପୋଖରୀକୁ ଯାଇଥିଲେ । ଲଗାଣ ବର୍ଷା କାରଣରୁ ପୋଖରୀ କୂଳରେ କାଦୁଅ ହୋଇଥିଲା । ଫଳରେ ସୂର୍ଯ୍ୟକାନ୍ତର ଗୋଡ ଖସି ଯାଇଥିଲା ଏବଂ ସେ ଗଭୀର ଜଳ ମଧ୍ୟରେ ବୁଡି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି କରି ପୋଖରୀ ଭିତରୁ ନାବାଳକକୁ ଉଦ୍ଧାର କରିଥିଲେ । ତେବେ ସେତେବେଳକୁ ନାବାଳକର ମୃତ୍ୟୁ ହୋଇଯାଇଥିଲା ।

Leave A Reply

Your email address will not be published.