ନଦୀରେ ବୁଡ଼ି କାଉଡିଆ ମୃତ

ଯାଜପୁର : ନଦୀରେ ବୁଡ଼ି ଜଣେ କାଉଡିଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାଜପୁର ବୈତରଣୀ ନଦୀର ବଲ୍ଲଭିଘାଟ ନିକଟରେ ରବିବାର କାଉଡ଼ିଆମାନେ ପାଣି ଉଠାଇବା ପାଇଁ ଯାଇଥିଲେ । ଭଦ୍ରକ ଜିଲ୍ଲାର ଭଣ୍ଡାରି ପୋଖରୀ ପୁରୁଷୋତ୍ତମପୁର ଅଞ୍ଚଳର ଦେବେନ୍ଦ୍ର ସାମଲଙ୍କ ପୁଅ ପ୍ରଶାନ୍ତ କୁମାର ସାମଲ(୩୨) ନଦୀରେ ବୁଡ଼ି ଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଜଣାପଡିଛି ।

Leave A Reply

Your email address will not be published.