ଖେଳିବା ବେଳେ କୂଅକୁ ଖସି ପଡ଼ିଥିଲେ ୨ ନାବାଳକ : ଜଣେ ମୃତ

ଭବାନୀପାଟଣା : ଟାଉନ୍ ଥାନା ଜେନାଖାଲପଡ଼ାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖେଳିବା ବେଳେ କୂଅକୁ ଖସି ପଡ଼ିଥିଲେ ୨ ନାବାଳକ । ଉଭୟଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆରଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅଗ୍ନିଶମ ବିଭାଗ ଦ୍ୱାରା ୭ ବର୍ଷ ନାବାଳକର ମୃତଦେହ ଉଦ୍ଧାର କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ମୃତ ଶିଶୁ ହେଲେ ପିଣ୍ଟୁ ନାଏକଙ୍କ ପୁଅ ପ୍ରିନ୍ସ ନାଏକ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.