ମୁରିବାହାଲରେ ଟ୍ରେନ୍‌ ଧକ୍କାରେ ଜଣେ ବୃଦ୍ଧ ମୃତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳଷ୍ଟେସନ୍‌ ଠାରୁ ପୂର୍ବକୁ ୧ କି.ମି ଦୂରରେ ସୋମବାର ସକାଳୁ ଏକ ଅଜଣା ଟ୍ରେନ୍‌ ଧକ୍କାରେ ମୁରିବାହାଲ ବଜାର ପଡ଼ାର ସଦାନନ୍ଦ କୁମ୍ଭାର(୬୫)ନାମକ ଜଣେ ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ସଦାନନ୍ଦଙ୍କ ସାମାନ୍ୟ ମସ୍ତିଷ୍କ ବିକୃତି ଥିବାବେଳେ ସେ ବିଭିନ୍ନ ସ୍ଥାନକୁ ଚାଲିଯାଉଥିଲେ । ସୋମବାର ସକାଳୁ ସେ କେଉଁଆଡେ ଚାଲି ଯାଇଥିବା ବେଳେ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରି ଟ୍ରେନ୍‌ ଧକ୍କାରେ ମୃତ୍ୟୁ ବରଣ କରିଥିବା ଦେଖିବାକୁ ପାଇଥିଲେ । ଷ୍ଟେସନ୍‌ମାଷ୍ଟରଙ୍କ ଠାରୁ ସୂଚନା ପାଇ ଟିଟିଲାଗଡ ଜିଆର୍‌ପି ଓ କଣ୍ଟାବାଞ୍ଜି ଆର୍‌ପିଏଫ୍‌ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଶୋକାକୁଳ ପରିବେଶରେ ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତିରେ ଗାଁ ଶ୍ମଶାନରେ ସଦାନନ୍ଦଙ୍କ ଶବ ସତ୍କାର କରାଯାଇଥିଲା ।

Leave A Reply

Your email address will not be published.