om academy

ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ

jsm

କୋଣାର୍କ : କୋଣାର୍କ କଲେଜ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ । ଉଭୟ ବସ୍ ଓ ବାଇକକୁ ଜବତ କଲା କୋଣାର୍କ ପୋଲିସ । ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିବା ସମୟରେ ରଞ୍ଜିତ ପୋଟେଇ (୩୪ ବର୍ଷ)ଙ୍କୁ ପଛପଟୁ ଏକ ବସ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ରଞ୍ଜିତ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ଗରୁତର ଅବସ୍ଥାରେ ପ୍ରଥମେ ଗୋପ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ତେବେ ଭୁବନେଶ୍ୱର ଯିବା ବାଟରେ ରଞ୍ଜିତଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ କାକଟପୁର ସାହୁପଡ଼ା ଅଞ୍ଚଳର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ କୋଣାର୍କ ପୋଲିସ ତଦନ୍ତ ଜାରି ରଖଛି ।

Leave A Reply

Your email address will not be published.