ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଅଜଣା ଗାଡି ଗାଡି ଧକ୍କାରେ ମଟରସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଟେଣ୍ଡପଦର ପୋଡ଼ମୁଣ୍ଡ ଗାଁର ସୁଶୀଲ କାଣ୍ଡ । ସୂଚନା ଅନୁସାରେ ସୁଶୀଲ ଏକ ବିବାହ ଭୋଜି ଖାଇ ଫେରୁଥିବା ବେଳେ ଏକ ଅଜଣା ଗାଡି ସହ ଉଲବା ଛକଠାରେ ଧକ୍କା ହୋଇଥିଲା । ପରେ ରାସ୍ତାରେ ଆସୁଥିବା ଏକ ଆମ୍ବୁଲାନ୍ସରେ ପାଟଣାଗଡ ଡାକ୍ତରଖାନାକୁ ଅଣାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାଟଣାଗଡ଼ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ସୂଚନା ମିଳିଛି ।

Leave A Reply

Your email address will not be published.