
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର-ଟିଟିଲାଗଡ ଜାତୀୟ ରାଜପଥ କଡର ଗଛରେ ବାଇକ୍ ପିଟି ହେବାରୁ ଚାଳକ ପବିତ୍ର ମୋହନ ପରିଡାଙ୍କ ମୃତ୍ୟୁ ଘଟିଛି । ସେହିପରି ତାଙ୍କ ସହିତ ଥିବା ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଟିଟିଲାଗଡ ପଟୁ କୌଣସି ଏକ କମ୍ପାନିରେ କାମ ସାରି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ନିମ୍ବ ଗଛକୁ ପିଟି ଦେଇଥିଲେ । ମୃତ ପବିତ୍ର ଢେଙ୍କାନାଳ ଜିଲ୍ଲାର ବୋଲି ଜଣାପଡିଛି । ଗୁରୁତର ଜଣକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।