ହାଇୱା ଧକ୍କାରେ ୨ କିନ୍ନର ମୃତ

ଲହୁଣୀପଡ଼ା : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ବଡ଼ ପୁରୁଣାପାଣି ଛକ ନିକଟରେ ସଡ଼କ ଦୁର୍ଘଟଣାରେ ୨ କିନ୍ନର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ୨ ଜଣ କିନ୍ନର କେନ୍ଦ୍ରିକଳା ଗାଁର ରାଜା ପାତ୍ର ଏବଂ ଦଣ୍ତଡିହ ଗ୍ରାମର ରଥ କିଷାନ ବୋଲି ସୂଚନା ।

ମିଳିଥିବା ସୂଚନାନୁସାରେ, ଗତକାଲି ରାତି ପ୍ରାୟ ୨.୩୦ ମିନିଟ୍‌ ସମୟରେ ଓଡି ୧୪ ଟି ୩୦୨୫ ନମ୍ବର ବିଶିଷ୍ଟ ୧୨ ଚକିଆ ହାଇୱା ଓଡି ୧୪ ୱାଇ ୭୫୪୮ ନମ୍ବର ବିଶିଷ୍ଟ ସ୍କୁଟିକୁ ଧକ୍କା ଦେଇ ଚଢ଼ିଯିବା ଫଳରେ ୨ ଜଣ ସ୍କୁଟି ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା । ଉଭୟେ କିନ୍ନର ବୋଲି ଜଣାପଡ଼ିଛି । ବନ୍ଦ ଥିବା ନିର୍ମାଣାଧିନ ହାଇୱେ ପାର୍ଶ୍ବରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଖବରପାଇ ଲହୁଣୀପଡ଼ା ପୁଲିସ ଗାଡ଼ି ଦୁଇଟିକୁ ଏବଂ ମୃତଦେହକୁ ଜବତ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.