ହାତୀ ଆକ୍ରମଣରେ ଚାଷୀ ମୃତ

ରଣପୁର : ନୟାଗଡ଼ ଜିଲ୍ଲା ମହତପଲା ପଞ୍ଚାୟତ ବନ୍ଧପଲା ଗାଁରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଥିବାର ଦେଖିବାକୁ ମିଳିଛି । ଗାଁର ଜଗବନ୍ଧୁ ଜେନା ନାମକ ଜଣେ ଚାଷୀ ରାତି ପ୍ରାୟ ୧୦ଟା ବେଳେ ନିଜ ଧାନ କ୍ଷେତ ଜଗିଥିବା ବେଳେ ତାଙ୍କୁ ଏକ ହାତୀ ଶୁଣ୍ଢରେ କଚାଡ଼ି ମାରି ଦେଇଥିବା ସୂଚନା ମିଳିଛି । ହାତୀ ଆକ୍ରମଣରେ ସେ ଚିତ୍କାର କରୁଥିବାର ଶୁଣି କିଛି ଲୋକ ଜଗବନ୍ଧୁ ଜେନାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.