ନାଳରେ ବୁଡି ବୃଦ୍ଧା ମୃତ

କୋମନା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ଥାନା ପେଣ୍ଡରାବନ୍ଧ ଗାଁ ନିକଟ ନାଳରେ ବୁଡି ଯାଇ ଦେଇ ମାଝୀ(୬୫)ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଦେଇ ମାଝୀ ନାଳକୁ ଏକୁଟିଆ ଗାଧୋଇବା ପାଇଁ ଯାଇ ଆଉ ଘରକୁ ଫେରିନଥିଲେ । ପରେ ତାଙ୍କ ମୃତ ଦେହ ନାଳରେ ଭାସୁଥିବା ଦେଖି ଲୋକେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ କୋମନା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.