କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି-ମୁରିବାହାଲ ରେଲ ସେକ୍ସନର ପମ୍ପୁ ତଲାବ ନିକଟସ୍ଥ ରେଲ କି.ମି. ଖମ୍ବ ନଂ. ୧୭୧/୧୨/୧୩ଠାରେ ଶନିବାର ସକାଳୁ ଜଣେ ଯୁବକର ଟ୍ରେନରେ କଟି ମୃତ୍ୟୁ ହୋଇଛି । କଂଟାବାଂଜି ଜି.ଆର.ପି.ଙ୍କ ସୂଚନା ମୁତାବକ ସକାଳୁ ଆସୁଥିବା କୌଣସି ଟ୍ରେନରେ କଟି କଂଟାବାଂଜି ସିପକାପଡାର ଭୁପେନ୍ଦ୍ର କୁମ୍ଭାର ଓରଫ ବିଲୁ(୨୦)ଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଜଣାପଡି ନାହିଁ । କଂଟାବାଂଜି ଜି.ଆର.ପି. ଏକ ଅପମୃତ୍ୟୁ କେସ (ନଂ.୫/୧୮.୨.୨୦୨୩) ରୁଜୁ କରି ଅଧିକ ତଦନ୍ତ କରୁଥିବା ଅନୁସଂଧାନ ଅଧିକାରୀ ଏ.ଏସ.ଆଇ. ପୂର୍ଣ୍ଣଚନ୍ଦ୍ର ପୁଟେଲଙ୍କ ଠାରୁ ସୂଚନା ମିଳିଛି ।
Next Post