
ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ଦରଲିପଡ଼ା ଛକ ଠାରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ବାଇକ ଅରୋହୀ ସିଆଲଲଟି ଗାଁର ହୀରାସିଂ ଧରୁଆ(୨୮) । ସୂଚନା ଅନୁସାରେ, ସିଆଲଲଟି ଗାଁର ହୀରାସିଂ ମାଲଭଟା ଗାଁରେ ଟ୍ରାକ୍ଟର ଚଳାଉଥିଲେ । ସନ୍ଧ୍ୟାରେ କାମ ସାରି ନିଜ ବାଇକ୍(ଓଡ଼ି ୨୬ ସି ୨୮୧୭)ରେ ନିଜ ଗାଁକୁ ଫେରୁଥିଲେ । ଦରଲିପଡ଼ା ଛକରେ ଅଜଣା ଗାଡି ବାଇକ୍କୁ ଧକ୍କା ଦେଇଥିଲା । ଏଥିରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ତରବୋଡ଼ ଫାଣ୍ଡି ପୁଲିସ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡି ଓ ମୃତଦେହକୁ ଜବତ କରି ତଦନ୍ତ କରିଛି ।