ଟ୍ରାକ୍ଟର ଦୁର୍ଘଟଣାରେ ନାବାଳକର ମୃତ୍ୟୁ

ଜଳେଶ୍ୱର : ଜଳେଶ୍ୱର ଥାନା ଅନ୍ତର୍ଗତ ଶିଖରପୁର ଠାରେ ଥିବା ଦୀପା ଇଟାଭାଟି ନିକଟରେ ଆଜି ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ୮ ବର୍ଷର ନାବାଳକର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ମାନେ ଶବକୁ ରାସ୍ତାରେ ରଖି ଅବରୋଧ କରିଥିଲେ । ଖବର ପାଇ ଜଳେଶ୍ୱର ଆଇଆଇସି ରୋଜାଲିନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ଡ୍ରାଇଭର ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ମୃତ ନାବାଳକ ଜଣକ ହେଲା ଝାଡ଼ଖଣ୍ଡ ରାଜ୍ୟ ଗଡବ୍ବା ଜିଲ୍ଲା କଲ୍ୟାଣପୁର ଗ୍ରାମର ପରମଜିତ ବିଦଙ୍କ ପୁତ୍ର ଶିବମ କୁମାର ବିଦ ବୋଲି ଜଣାପଡ଼ିଛି । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜି କେ ଭଟ୍ଟର ହସ୍ପିଟାଲକୁ ପଠାଇଛି । ମୃତ ନାବାଳକର ପିତା ଓ ମାତା ସେହି ଇଟାଭାଟିରେ କାମ କରନ୍ତି ।

Leave A Reply

Your email address will not be published.